ଗତ ରାତିରେ In Last Night
G
0
Altın Yaprak
ଗତ ରାତିରେ
ହେଲା ନାହିଁ କିଛି।
ହେଲା ନାହିଁ କିଛି
ଗତ ରାତିରେ।
ରହିଗଲା ସବୁ ଅଧୁରା
ହେଲା ନାହିଁ କିଛି ପୂରା।
ଗତ ରାତିରେ
ଯେ ଯୋଉଠି ଆମେ ରହିଲେ।
ଯେ ଯୋଉଠି ରହିଲେ
ଗତ ରାତିରେ।
କିଛି ନ ହେବାର ଅବଶୋଷ
ରହିଗଲା ଭିତରେ।
ଗତ ରାତିରେ
ଘର ସାମ୍ନାର ତେନ୍ତୁଳିଗଛ ଉପରେ
ହୁଟ ହୁଟ କରୁଥିଲା ପେଚା।
ଗତ ରାତିରେ
ପ୍ରିୟ ଆଳାପ ସବୁ
ହୋଇଥିଲେ ଦିଗହରା।
ଗତ ରାତିରେ
ଥିଲା କି ନ ଥିଲା ଭାଷା
କହିବାକୁ ନ ଥିଲା ଚୌକିଦାର୍ ।
ଗତ ରାତିରେ
କେହି କିଛି କାହାକୁ
କରୁ ନ ଥିଲେ ପଚରାଉଚୁରା।
ଗତ ରାତିରେ
ନ ଥିଲା ଫୁଲର ଗଭା,
ନ ଥିଲା ସ୍ୱପ୍ନର ଶୋଭା।
ଗତ ରାତିରେ
ବିଶ୍ୱାସ କର ମତେ
ମୁଁ ଇ ଥିଲି ତୁମ ପାଖେ,
ବିଶ୍ୱାସ କର ମତେ
ଗତ ରାତିରେ
ପଚାର ନି ଆଉ ଆଉ
ହୋଇଥିଲା କଣ
ଆଉ ହୋଇ ନ ଥିଲା କଣ
ଏଠାରେ କି ସେଠାରେ,
ଯୋଉଠି ନ ଥିଲେ
ଆମ ଭିତରୁ କେହି କେଉଁଠାରେ।
Bu şiiri puanla
Henüz puan verilmemiş