ଡିଜିଟାଲ ଇଣ୍ଡିଆ Digital India
G
0
Altın Yaprak
ହଁ ହ୍ୟାଲୋ, ହ୍ୟାଲୋ,
ଆରପଟୁ ନାଇଁ ଉତ୍ତର।
ଫୋନ୍ କଟ୍।
ପୁଣି ରିଂ।
ହ୍ୟାଲୋ, ହାଓଲୋ।
କଣ କରୁଛନ୍ତି ହାଓଲୋ ହାଓଲୋ
ଆପଣ କିଏ, କଣ କହୁଛନ୍ତି।
ଫୋନକଲେ ଆପଣ,
କାହା ସହିତ କଥା ହେବାକୁ
ଚାହାନ୍ତି?
ମୁଁ କିଆଁ ଚାହିଁବି?
ବେକାର ଲୋକଟା ସତେ!
କଣ୍ଟାବାଡରେ ଲୁଗା ପକାଇ
ବେଶ୍ କଳି କରିବାରେ ଓସ୍ତାତ୍ ତ!
କଣ କହିଲେ?
ମୁଁ କଣ୍ଟାବାଡ?
ଭଲ ଭଦ୍ରଲୋକ ବାହାରିଲେ!
କିଛି ସମୟ
କଥାବାର୍ତା ବନ୍ଦ।
ବୋଧେ ଫୋନ୍ କଟ୍ ।
ପୁଣି ରିଂ,
ଆରେ ରଣ୍ଡା
ଫୋନ୍ କିଆଁ ରଖିଲୁ?
ଭଲ କରୁ ନୁ ଯାହା କରୁଛୁ!
ମୋ ଆଡୁ
ସବୁ ଶବ୍ଦ ଗାଏବ।
ଆରେ ଏଃ
ଦମ୍ ଅଛି ତ
ଘରୁ ବାହାର?
ହ୍ୟାଲୋ ହ୍ୟାଲୋ
କଣ ହେଲୋ ହେଲୋ,
ଡିଜିଟାଲ ଇଣ୍ଡିଆ
ଜୟ ହୋ।
Bu şiiri puanla
Henüz puan verilmemiş