ପାସୋରି ଖେଦ Forgetting Sorrows
G
0
Altın Yaprak
ଯାଇଛି ଭୁଲି ମୁଁ ମୋର ନାମ
ଭୁଲି ଯାଇଛି କୋଉଠି ମୋର ଗ୍ରାମ,
ଯାଇଛି ବି ଭୁଲି ପ୍ରକୃତ କାମ।
ଚିହ୍ନବର୍ଣ ନ ଜାଣି କିଛି ହଜୁଛି ଫୁଲ ବଣରେ,
ପ୍ରମାଣ ଖୋଜୁଛି ଥରକୁ ଥର ନାହିଁ ଯାହା ଶାସ୍ତ୍ରରେ।
ରହୁଛି କିଏ କୋଉଠିକି ଯାଇ,
ଲିହିବିହି ହେଲାବେଳେ ଏଠି
ଧରୁଛି ଜାବୋଡି ସିଂହାସନ।
ଥରକୁ ଥର ବଦଳି ଚାଲିଛି ରୂପ,
ଥରକୁ ଥର ଲାଭଲୋଭରେ ବିଚଳିତ କାୟାକଳ୍ପ।
ତରୁତୃଣ କୀଟପତଙ୍ଗ ପାଇ ପାଇ ଅମୃତ
ପାଉଛନ୍ତି ସୁଖ ନାହିଁ କାହାରି ବିକଳ୍ପ।
ସବୁ ଜାଣି ସବୁ ବୁଝି ନାହିଁ ଭେଦ ମୁଁ ମୋର
ଆଉଛି ଯାଉଛି ଆଉ ଅଛି ପାସୋରି ଖେଦ।
Bu şiiri puanla
Henüz puan verilmemiş