ଏ ହାଟରୁ From This Market
G
0
Altın Yaprak
ବିଶ୍ୱାସ ବୋଲି
ଯୋଉ ଜିନିଷ ଅଛି
ସେଇଟା ପାଇବ ନି ଆଉ
ଏ ହାଟରୁ।
ସପ୍ଲାଇ ବନ୍ଦ ହେଲାଣି
ସେଇଟା କେବେଠୁ।
ହଟ୍ଟଗୋଳର ଆଉ କିଛି
ମାନେ ନାଇଁ, ଜାଣି ଥ।
ବହୁତ ଆଗରୁ ଆମକୁ
ସତର୍କ ବି କରେଇଛନ୍ତି ସୌଭାଗ୍ୟ।
ନାହିଁ ଖାତିର ଆମର କିନ୍ତୁ,
ଲୋକଙ୍କର ନାହିଁ ଇଚ୍ଛା ଉଠିବାକୁ ନିଦରୁ,
ଆଉ ଆମେ ଅପେକ୍ଷା କରିଛେ ସେମାନଙ୍କୁ।
ଖରାବେଳେ ଯେ ହେବ ଆଉ କଣ
ହେଉ ନି କହି ଏତେବେଳୁ।
ପଡିବ କି ପଡିବ ନି ବର୍ଷାଟୋପା
ଅଛି କି ଆଉ କିଏ କହିବାକୁ!
ପୂର୍ବଦିଶାରେ ବି ଦିଶୁ ନି ଆଲୁଅ ଆଉ।
Bu şiiri puanla
Henüz puan verilmemiş