ଫଳ Fruits
G
0
Altın Yaprak
ଫଳ
ଗଜାନନ ମିଶ୍ର
କୋଉଠି?
ଖୋଜୁଛି କିଏ
ପ୍ରକୃତ ଅର୍ଥରେ!
ପାଉଛି କଣ
କେତେବେଳେ!
ସକାଳେ କି
ଦିପହରେ କି
ସଂଧ୍ୟାରେ
କି ମଧ୍ୟରାତ୍ରରେ!
ମନକୁ ପଚାରି
ବୁଝିଛି କି କେବେ?
ମନ କଣ ରହିଛି
କେତେବେଳେ ପାଖରେ?
କଣ ଭଲ ମନ୍ଦ
ମନ ପାଖରେ?
ଅବଶ୍ୟ ଖୋଜୁଛି ଉପାୟ
ଯିବାକୁ ଆଉ କୁଆଡେ!
ଯିବାବେଳେ
ନେବାକୁ ଭୁଲି ନି
କିଛି ଶବ୍ଦ ।
ଶବ୍ଦରେ ଅମୃତ
କହିଚି ଶାସ୍ତ୍ର।
ଶବ୍ଦ ହେଉ
ଶାସ୍ତ୍ରାନୁକୂଳ କି
ହେଉ ବିପରୀତ!
ଶବ୍ଦକୁ ଶବ୍ଦରେ ମିଶାଇ
ଶୁଦ୍ଧ କରୁଛି ଦେହମନ
ଅନ୍ତଃକରଣ ।
ଶବ୍ଦରେ କିନ୍ତୁ
ହୋଇ ନି ବନ୍ଧା କେବେ।
ହୋଇ ନି ବି
ଶବ୍ଦ କେବେ କର୍ତ୍ତା
କି କର୍ମ।
ପୃଥକ୍ ପୃଥକ୍ ବି
ରଖିଛି ଶବ୍ଦକୁ କେବେ କେବେ।
ତାହାବୋଲି ଯେ
ପୃଥକ୍ ସବୁ, ନୁହେଁ।
ମୋ ରଖିବାଟା
ଅଳଙ୍କାରଯୁକ୍ତ, ଦେଖ।
ଦେଖିବାଟା ଦେଖେଇଦିଏ
ତୁମର ଧୈର୍ଯ୍ଯ ଆଉ ସାମର୍ଥ୍ଯ ।
ଥାଅ ସୁନିଶ୍ଚିତ
ମୁଁ ନୁହେଁ ଲିପ୍ତ।
ଅବଶ୍ୟ ନୁହଁ ବି
ଆସକ୍ତିବିଯୁକ୍ତ।
ଅବଶ୍ୟ ମୋର
ବୁଦ୍ଧି ଆଉ ଧୃତି
ବହୁତ ବହୁତ।
ଆଉ ମୁଁ ଜାଣିପାରେ
ଯଥାର୍ଥ ଆଉ ଅଯଥାର୍ଥ
ପ୍ରକାର ପ୍ରକାର
ପୃଥିବୀ ଆଉ ଆକାଶରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/11/2019
Bu şiiri puanla
Henüz puan verilmemiş