ସବୁ ମୁଁ ଦେଖିଛି I Have Seen All
G
0
Altın Yaprak
ସବୁ ମୁଁ ଦେଖିଛି,
ଦେଖିଛି ତୁମ ଭଙ୍ଗାଚୁଡି,
ଆଉ ବି ଦେଖିଛି
ବଙ୍କା ସେଫ୍ଟିପିନ୍।
ଦେଖିଛି ତୁମ ନଖ,
ତୁମ ରକ୍ତ,
ଦେଖିଛି ତୁମ ଆଖି
ଆଉ ତୁମ ଅନ୍ଧାର।
ସବୁକୁ ସବୁବେଳେ
ସାଉଁଟି ସାଇତି ରଖିଛି
ନୁହଁ ଏମିତି।
ଝୁରିଛି ଯଦିଓ
ଦେଇଛି ଦୂରେଇ
ଦଗାବାଜ ସମୟକୁ
ପାଖରୁ।
ଦେଖା ନା ଆଉ
କହିଛି ଜହ୍ନକୁ
ଭୟଙ୍କର ରୂପକୁ।
ସକାଳକୁ
କର ନି ପାଣିଚିଆ
କହିଛି କାଉକୁ।
ହସିଛି ଆଗକୁ ଆସି ସୂର୍ଯ୍ୟ,
କହିନି କିଛି।
ଫୁଟେଇଛି ମୁଁ ମୋର
ନିଖୁଣ ଫୁଲ
ସେଇ ଭଉଁରୀରେ।
ଖେଳରୁ ଦେଇ ନି
କାହାକୁ ବାଦ।
ବାହାନା ମାରି କେହି
ପଳାଇ ଯାଇ ନି ବି ଚୁପ୍ ଚାପ୍।
ପତ୍ତା ଖୋଜିଛି,
ପାଇ ନି କିନ୍ତୁ
ଆଉ କାହାରି ଏଠି।
ଦେଖିଛି ଠିଆ
ବିଶ୍ୱାସଘାତିକା ବିଲେଇ ।
Bu şiiri puanla
Henüz puan verilmemiş