ଜାଣେ ନା ରାଜନୀତି I Know Not Politics
G
0
Altın Yaprak
ଖୋଲାଖୋଲି
ଗଜାନନ ମିଶ୍ର
ଯାହା ଦେଖୁଛି
ଯାହା ଅନୁଭବ କରୁଛି
ଯୋଉଥିପାଇଁ ଦୁଃଖ କଷ୍ଟ ପାଉଛି
ମୋ ମାଟି ମୋ ଭାଷା ମୋ ପରିବାର,
ମୁଁ କଣ ପାରିବି ନି ଲେଖି
ସେ ସବୁ ଖୋଲାଖୋଲି!
ଲେଖିଲେ କିଆଁ ବାଧୁଛି କାହାକୁ
ଯୋଉମାନେ ନାହାନ୍ତି ଯଦି
ସଂପର୍କରେ, କୌଣସି ନା
କୌଣସି ଭାବରେ କୋଉଠି ନା
କୋଉଠି, କେବେ ନା
କେବେ କେମିତି ଭାବରେ!
ମିଛ ନାଇଁ କିଛି
ମୋ ଅକ୍ଷରରେ ଶବ୍ଦରେ
ମୋ ସରକାର ଭଳି
ଭୁଆଁ ବୁଲାଇ ଜାଣେ ନା
ମୁଁ କାହାକୁ କେତେବେଳେ!
ଜାଣେ ନା ରାଜନୀତି,
ମୋର ସେମିତି ସଂପର୍କ ବି ନାଇଁ
ସ୍ୱାର୍ଥ ରଖି ପାଖରେ।
ତଥାପି ସାମୂହିକ ସ୍ୱାର୍ଥ ପାଇଁ
ଦେଶ ଜାତି ପାଇଁ
ଭବିଷ୍ୟତ ପାଇଁ କହିବାକୁ ପଡୁଛି
ଯାହା ଯେତେ କହୁଛି
ଖୋଲାଖୋଲି ଏଠାରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
15/10/2019
Bu şiiri puanla
Henüz puan verilmemiş