କେଉଁ ପ୍ରୀତି ଫୁଲ ହସ: - 01 (Keon Preeti Phoola Hasa/ Odia Poem)
S
0
Altın Yaprak
ଜାଣି ନାହିଁ,
ଏଇ ହସ, ଯାହା
ଏତେ ଅମାୟିକ
ମିଠା ମିଠା ବାସେ
ମନ ତଳ,
ସୀମା ସରହଦ
ଭରିଦିଏ
ଫଗୁଣ ରଙ୍ଗ ରେ-
କାହା ମନେ
ଜାଳି ଦିଏ ଜାଗର ପ୍ରଦୀପ
ପ୍ରଣୟ ର ସବୁ କଢ
ଏକା ବେଳେ
ଫୁଟି ଫୁଟି ଯାଏ ।
କିଏ ଜାଣେ?
କିଏ ଜାଣେ ଏ ହସ ର
କେତେ ଅଂଶ
ଗଲା ରାତି ପ୍ରଣୟ ର
ପ୍ରୀତି ଅବଶେଷ? ?
Bu şiiri puanla
Henüz puan verilmemiş