ତୁମକୁ ଭେଟିବା ପରେ -004 (Tumaku Bhetiba Pare -04 / Odia Poem)
S
0
Altın Yaprak
ଜାଣେ ନାଇଁ
କେଉଁଠୁ ଆସିଲା ଏଇ
ଅଦିନିଆ ମେଘ -
ବର୍ଷିବା ଆଗରୁ
ମୋର ଦେହ ମନ
ଅନ୍ତରକୁ ଓଦା କରିଦେଲା,
ଭିଜିରଲା
ଅତୃପ୍ତି ଓ ବେଦନାର
ଅସରା ନିଦାଘ ।।
ତମ ଚାଲିଗଲା ଦିନୁଁ
ଏ ସାରା ଆକ।ଶ
ଭରିଥିଲା ମଉନ ଓ
ନିଃସଙ୍ଗ ତାରା ରେ ।
ଏବେ ତୁମ ସ୍ବର ର ଝଙ୍କାର
ଏ ଅନ୍ତର ଯମୁନା ରେ
ଆଣିବ ଜୁଆର ।।
ଭରି ନୀଳ ଅନ୍ତରଙ୍ଗ ସ୍ବର
ତୁମ ଓଠ ମୋହନ ବଂଶୀ ରେ,
ଭରିଦେବ
ମୋ ଜୀବନେ ସାତ ରଙ୍ଗ ସ୍ବର ।।
Bu şiiri puanla
Henüz puan verilmemiş