ଅଛି ଆଉ ନାହିଁ ଭିତରେ In Between Yeah And Nah
G
0
Altın Yaprak
ପସନ୍ଦ ଅପସନ୍ଦରେ ନାହିଁ କିଛି,
ନାହିଁ ଥିବା ନ ଥିବାରେ।
ନାହିଁ ଆଉ ଅଛି,
ଅଛି ଆଉ ନାହିଁ ଭିତରେ
ଦହଗଂଜ ଜୀବନ।
ଜୀବନ କଣ? ଶୂନ୍ଯ ବେଲୁନ
ଉଡୁଛି ଯୋଉଟା କହି କହି
ନ ଜାଣିଲା ଲୋକ ଜାଣ।
ଜାଣିଲା ପରେ ପାରିବ ନି କହି
ଜାଣିଛ ଏତିକି ସେତିକି।
Bu şiiri puanla
Henüz puan verilmemiş