ଚାରିଆଡେ କବିତା (Poetry Everywhere)
D
0
Altın Yaprak
ମୋ ଚାରିଆଡେ କବିତା
ମୋ ସାମ୍ନାରେ କବିତା,
ମୋ ପଛ ଆଡେ କବିତା!
ନଇ ରେ କବିତା,
ନାଳ ରେ କବିତା
ପୋଖରୀରେ କବିତା
ପାଳଗଦାରେ କବିତା
ପ୍ରେମରେ ଅଛି କବିତା,
ଦୁଃଖରେ ଅଛି କବିତା,
ଆଉ ସୁଖରେ ଅଛି କବିତା
ନିଶୁଆ ପୁଲିସ
ଝିଅର ସ୍ମିତ ହାସ୍ୟରେ
ଅଛି କବିତା!
ମୋ ପାଖରେ
ଶବ୍ଦକୋଷ ନାହିଁ
କିନ୍ତୁ ଲେଖିବାକୁ
ଅଛି କାନ୍ଥରୁ କବିତା
ବାଡରୁ କବିତା!
କେମିତି ମୁ ରହି ପାରିବି
ନ ଲେଖି କବିତା?
Copyright @ Prof (Dr.) Dillip K Swain
Bu şiiri puanla
Henüz puan verilmemiş