ଆକାଶ ଭିତରେ In The Sky
G
0
Altın Yaprak
1.
ଅଲଗା ଅଲଗା ଏ ରେଳ ଧାରଣା,
କିନ୍ତୁ ଯାଇ ହେବ ଗୋଟିଏ ଜାଗାକୁ
ୟା ଉପରେ।
ସୂର୍ଯ୍ୟୋଦୟ ପୂର୍ବରେ,
ଆଉ ସୂର୍ଯ୍ୟାସ୍ତ ପଶ୍ଚିମରେ,
ଉଭୟଟା କିନ୍ତୁ ନୁହଁ ସତ୍ୟ ଏଠାରେ।
ଆଉ ଆମେ ହେଉଛୁଁ ଘାଣ୍ଟି,
କରୁଛୁଁ ସମୟ ନଷ୍ଟ ଅଯଥାରେ।
2.
ଦେଖୁ ନାହିଁ ତୁମକୁ,
ଦେଖିବା ନୁହେଁ କାମର,
ଅଛି ଯଦିଓ
ଆଖି ମୋଠି ।
ମୁଁ ଯେ ଅଛି
ଆଉ କଣ ପାଇଁ
ଜଣା ତୁମକୁ,
ନିଅ ନା ମତେ
ଆଉ ଅନ୍ଧାରକୁ ।
ଅଛି ମୁଁ
ଆଉ ବୁଝୁଛି ବି
ମୁଣ୍ଡ ଉପରେ ଚକ୍କର
କାଟୁଥିବା ପକ୍ଷୀକୁ
ନାହିଁ ଯାହାର ସ୍ଵର ।
3.
ଶିଖି ନାହାନ୍ତି
ଦିଟା ପାଗଳା ହାତୀ,
ଗୋଟିଏ କୂଅରୁ
ପିଇବେ ପାଣି କେମିତି।
ଜାଣି ନାହାନ୍ତି, ହାୟ,
ଯିବେ କେଉଁଆଡେ
କେତେବେଳେ କିଏ।
ବୁଝି ନାହାନ୍ତି କେହି
ଏଇ ରାସ୍ତାରେ ଯିବେ
କେମିତି ଏକା ସମୟରେ।
ପାହାଡ ଶିଖାଇ ନାହିଁ କାହାକୁ
ଉଡିବାର କଳା,
ଶିଖାଇ ନାହିଁ ଆକାଶ
ସମୁଦ୍ରରୁ ବାହାରି ପୁଣି
ହୁଏ କେମିତି ପଶିବାକୁ,
ଶିଖାଇ ହୁଏ ନି କିଛି
କେତେବେଳେ ବି କାହାକୁ,
ଆଉ ରହିଯିବାକୁ ହୁଏ ଠିଆ
ଚୌକାଠରେ ଚିରକାଳ।
ଯେ ଯାହାର ଯୋଉଠି
ଯେମିତି, ଯେ ଯାହାର ସେମିତି।
ମାଟି ଭିତରେ ଆକାଶ,
ଆକାଶ ଭିତରେ ମାଟି।
4.
ଗୋଟିଏ ଆମେ,
ଆମେ ଗୋଟିଏ।
ଆମର ରକ୍ତ,
ଆମର ହାଡ,
ଆମର ମାଂସ,
ଆମର ଆକାର ପ୍ରକାର,
ଆସିଛି ସବୁ ସେଇ
ଗୋଟିଏ ବିନ୍ଦୁରୁ।
ଆମେ ଗୋଟିଏ,
ଗୋଟିଏ ଆମେ।
କିନ୍ତୁ ଆମେ ଭକୁଆ,
ଜାବୁଡି ଧରୁଛୁଁ ଅନ୍ଧାର।
ଠିକଟାକୁ ବାଛିବାକୁ
ଆମେ ନୁହେଁ ତୟାର।
Bu şiiri puanla
Henüz puan verilmemiş