ଆକାଶତଳେ Under The Sky
G
0
Altın Yaprak
1.
କବିତା ମୋ ପଛେ,
ମୁଁ କବିତାର ପଛେ।
ପରସ୍ପର ଆମେ ଜଣେ ଜଣକ ପଛରେ।
ଭେଟ ପାଉ ନୁ କେହି କାହାକୁ କେଉଁଠାରେ।
ଅବଶ୍ୟ ଅଛୁଁ ପ୍ରେମରେ ସତ୍ୟର ଦ୍ୱାହୀରେ।
ଭିତରେ ଥାଇ ଜାଣୁଛୁଁ କିଏ ଅଛି କେଉଁମତେ
କେମିତି କେତେବେଳେ।
ଯେ ଯାହାକୁ ପାରୁଛି ହସ୍ତ ଧରି
ଯାଉଛି ସୂର୍ଯ୍ୟ ଚନ୍ଦ୍ରଆଡେ।
ଆକାଶ ରହିଛି ଚାହିଁ ଚମତ୍କାର ଭାବରେ
ଯେ ଯାହା ରଥରେ ବସି ଏଠାରେ ଏଇ ମାଟି ଉପରେ।
2.
ଆସିଥିଲି ଭାବି ନ୍ୟାୟ ଅଛି ବୋଲି,
ଦେଖୁଛି ବ୍ୟାପିଛି ଅନ୍ୟାୟ ମୂଳରୁ ଚୂଳ।
ଭାବୁଛି ହେବ ନି ଠିକ୍ ରହିବା
ଏଠି ଆଉ ଅଧିକ ସମୟ।
ଭାବୁଛି ଯିବି ଚାଲି ଏଠୁ
ନେଇ ନିଜର ପୋଷାକପତ୍ର।
ଅନ୍ୟାୟାଳୟର ଅନ୍ଧାରରେ ହେବି ନି ଭାଗିଦାର।
ମା ମାଟି ମାତୃଭାଷାକୁ ପାରିବି ନି କରି ପର।
ଭାଇବନ୍ଧୁ କୁଟୁମ୍ୱ ଜାତି ସହିତ
ମିଛଖଚରେ ଦେଖାଇ ବି ନି ବୃଥା ପତିଆର।
କରିଦେବି ପଛେ ନିଜକୁ ନିଜେ ପଥର।ରହିବି
ସ୍ୱଚ୍ଛ ଆଉ ଦେଖାଇବି ପଥ ଆଲୁଅର,
ପାଇ ଯାହା ହେବେ ଧନ୍ୟ ଆଗାମୀ ବଂଶଧର।
3.
କେ ଅବା ଅଛି କେବା ନାହିଁ,
ଏହାର ନିଦାନ ନ ଥାଇ- ଅତିବଡି ଜଗନ୍ନାଥ ଦାସ।
ନିଦାନ ଖୋଜି ଖୋଜି ଏତେ ଦୂରୁ ଆସିଛି ମୁହିଁ
ଆଉ ପାଇଛି ପରିଚିତି ଭାଷାରେ।
ଜାଣେ ଭାଷା ହେଲେ ବି ଅଲଗା ଏକ ସଭିଏଁ
ପ୍ରେମରେ ସତ୍ୟରେ ମାଟିରେ ଏକା ଆକାଶତଳେ।
କିଏ କାହାକୁ ଯାଉଛି ଛାଡି, ନାହିଁ ଦୁଃଖ।
ଅଛି ଖାଲି ଆନନ୍ଦ, ଅଛି ସୁଖଭୋଗ।
ଥାଇ ନ ଥାଇ, ନ ଥାଇ ଥାଇ ଏଠି
ସବୁ ଆବୋରି ସଚରାଚର ବ୍ୟାପି,
ଅମୃତ ଧରି, ଆଲୁଅ ବିଛାଇ କରି
ଜୀବନ ଧନ୍ୟ, ଯାଉଛି ହଟି
ଆପଣାଆପେ ସମୟ ଦାରୁଣ।
Bu şiiri puanla
Henüz puan verilmemiş