କୋଉ ଶବ୍ଦରେ In Which Words
G
0
Altın Yaprak
ଗଲା, ଉଡିଗଲା ବୈପାରୀଗୁଡା,
ଉଡିଗଲା କାଳ ବୈଶାଖୀରେ।
ଚାଳ ଛପର ଗଛ ଡାଳ,
ଗଲା ସବୁ ଉଡିଗଲା।
କୋଉଟା ସମୁଦ୍ର କୋଉଟା
ପାହାଡ ହେଲା ନାହିଁ ବାରି।
ନ ଥିଲା ଉପରେ ନୀଳ ଆକାଶ,
ନ ଥିଲା ତଳେ ମାଟି ଖଣ୍ଡକ।
କିଏ ଡାକିଲା କୋଉ ଶବ୍ଦରେ
କାହାକୁ, ଡାକିଲା କୋଉ ଭାଷାରେ,
ପଡିଲା ନି ଜଣା, ସମସ୍ତେ ବାଟବଣା।
କାହା ପାଖରେ କେତେ ସ୍ନେହ ମମତା,
ଛିଣ୍ଡା ଲୁଗା ଛିଣ୍ଡା ଲୁଗାରେ କିଏ
ପଡିଲା ନି ଜଣା, କିଏ କେତେ ଅମରମତା।
ଉଡିଗଲା ବୈପାରୀଗୁଡ଼ା,
ଛାଇ ଛାଇ ଆଲୁଅ ଆଲୁଅରେ
କିଏ କାହାକୁ କେତେବେଳେ କଲା ଅତିକ୍ରମ
କହିଲା ନାହିଁ, କହି ପାରିଲା ନାହିଁ
ଝଡ ପବନ, ସବୁ ଦିଶିଲା ନଗ୍ନ ନଗ୍ନ।
Bu şiiri puanla
Henüz puan verilmemiş