ଅନୁସନ୍ଧାନ Investigation
G
0
Altın Yaprak
ଶିକ୍ଷା
ଗଜାନନ ମିଶ୍ର
କିଏ କଣ କେମିତି
ଦେଲା ଶିକ୍ଷା
ପରେ କୁହାଯିବ
ଆସ୍ତେ ଆସ୍ତେ
ସେସବୁ କଥା।
ମୁଁ କାହାକୁ କିଛି
ଶିଖେଇ ପାରିଲି ନାଇଁ
ମନେଇ ପାରିଲି ନି
କାହାକୁ ଟିକିଏ
ଏ କଥା ବି ନୁହଁ
ଚର୍ଚ୍ଚାର ବିଷୟ।
କୋଉ କଥା ସତ୍ଯ
ଆଉ କୋଉଟା କଣ
ଜାଣିବାକୁ ନାଇଁ କାହାଠି ସମୟ।
2
ନୂଆ ନୂଆ ଖଡି ଧରି
ଅ ଆ ଶିଖିଲା ପିଲା ପରି
ଗୋଲ ଗୋଲ ଉପରକୁ ଉପର
ବୁଲାଇବାରେ ବ୍ୟସ୍ତ ହାତ।
ମଲ୍ଲୀକଢ ଫୁଟିବ କେବେ?
ଆଜିଠୁ ତର୍କବିତର୍କରେ
ମାତିବାରେ ନାଇଁ ଲାଭ।
ଯୋଉମାନେ ଥିଲେ
ବନ୍ଧୁ ଆତ୍ମୀୟ
ସେମାନେ କୋଉଠି ଏବେ?
ଯାହାସବୁ ଅଙ୍କା ଯାଇଛି
ସେସବୁ କଣ ନୁହଁ
ଅନୁସନ୍ଧାନ ସାପେକ୍ଷ!
ହେଉ, ସେ ସବୁ ଛାଡ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/10/2019
Bu şiiri puanla
Henüz puan verilmemiş