ରଖ ନା ସଂପର୍କ Keep No Relation
G
0
Altın Yaprak
ଏଠାରେ ଏତେବେଳେ
ଗଜାନନ ମିଶ୍ର
ଦରକାର ନାଇଁ
ରଖ ନା ମୋ ସହ ସଂପର୍କ!
ଯଦି ମୁଁ ଶଳା, ନାଗରୀ ନଚଉଛି,
ଯଦି ମୁଁ ଶଳା, ଲାଂଚ ଖାଉଛି,
ଜୁଆ ଖେଳୁଛି,
ଯାହା ବି କରୁଛି ଯଦି ଫାଇଦା ମାପୁଛି,
ଯଦି ମୁଁ ଶଳା, ଆଗରେ ଆସମାନକୁ ଟେକି
ପଛରେ ଛୁରୀ ଭୁଷୁଛି,
ଯଦି ମୁଁ ଶଳା, ମଦ ପିଉଛି,
ଗଂଜେଇ ଚରସ ଟାଣୁଛି,
ଜୁଆ ସଟ୍ଟାର ଆଡ୍ଡା ଖୋଲିଛି,
ଆଉ ସତକୁ ସତ ତୁମେ
ଏ ସବୁର ଖିଲାପରେ!
2
ମୋର ମତେ ମୋଠି ଛାଡିଦିଅ,
ଭୁଲିଯାଅ ମତେ, ମୁଁ ମୋଠି
କି ଆଉ କୋଉଠି ମରେଁ କି ତରେଁ!
ମତେ ନେଇ କୁହ ନା କିଛି
କର ନା କିଛି, ମୋ ସହ
ସଂପର୍କର ମାନେ ନାଇଁ କିଛି ।
ମୁଁ ଶଳା ବେଇମାନ ବଜ୍ଜାତ୍
ନିମକହାରାମ ଗଦ୍ଦାର ଯଦି
ମୁଁ ମୋର ଆଣ୍ଠୁଗଣ୍ଠି ବାତଗ୍ରସ୍ତ ହୋଇ
ପଡି ରହେଁ ନର୍କରେ,
ଦରକାର ନାଇଁ ଆହା କରିବାରେ।
ତୁମର ସ୍ୱର୍ଗସୁଖ ତୁମର,
ତୁମର ଆରାମଅୟସ ଦେବତ୍ୱ ତୁମର,
ତୁମର ଭାଇବନ୍ଧୁ ଆତ୍ମୀୟ ସ୍ୱଜନ ତୁମର,
ମୁଁ ମୋର ମୋଠି ଯାହା ଯେମିତି ହେଲେ ବି
ମୋ ଜୀବନ ମୋର, ମୋ ମାଟି ମୋର,
ମୋ ସ୍ୱପ୍ନ ମୋର, ମୁଁ ମୋର।
ମୋ ଅନ୍ଧାର ମୋର, ମୋ ଆଲୁଅ ମୋର!
3
କିଛି କହିବା କିଛି କରିବା ଆଗରୁ
ଦେଖ ପରଖ କିଏ କାହାର
ଏକାକୀତ୍ୱର ନିର୍ଜନତାର ଦ୍ୱାହିରେ
ଏଠାରେ ଏତେବେଳେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
10/10/2019
Bu şiiri puanla
Henüz puan verilmemiş