ନିଜକୁ ରଖି ଭିତରେ Keeping Yourself Inside
G
0
Altın Yaprak
ଆସ, ପାଖେଇ ଆସ
ଆସ, ଦେଖିବ ଆସ
ଆସ, ଲଢିବାକୁ ଆସ।
ସବୁ ଇଚ୍ଛା ପରିପୂର୍ଣ ହେବ
ଏମିତି ନାଇଁ କଥା।
ସବୁ ମୁଁ ନିଜେ, ନୀରବତା
ସବୁ ଆଉ ଆଉ ବାର୍ତା।
ନିଜକୁ ରଖି ଭିତରେ
ମୋର ଇଚ୍ଛା, ଛାଡିବି
ସୂର୍ଯ୍ୟକୁ କରିବାକୁ ଦିଗବିଜୟ।
ଜ୍ଞାନ ପଛରେ ଯିବି କିଆଁ
ନ ଜାଣି କିଛି ଭଲ ମନ୍ଦ।
ଅନ୍ଧାର ଘେରା ସମୁଦ୍ର
ଆସି ପରଖିବ ସବୁ କାର୍ଯ୍ୟ।
ଘରେ ହେଉ କି କାର୍ଯ୍ୟାଳୟରେ
ମୁଁ ହୁଏଁ ସଦାବେଳେ
ବିରୋଧାଭାସର ଶିକାର।
ମୁଁ ଅବଶ୍ୟ ନୁହେଁ
ବିଜୁଳି ଆଉ ଘଡଘଡିର ପ୍ରତୀକ,
ମୁଁ ନାହିଁ ବି ସ୍ୱାଗତ କରିବାକୁ
କି ଖୋଳି ପୋଡି ନଷ୍ଟ କରିବାକୁ
ହୃଦୟ ସମ୍ମାନ ଭାବନା କାହାର।
ମୁଁ ଅବଶ୍ୟ ଅଛି ଏଇଠି
ସମସ୍ତଙ୍କ ସକାଶେ ସବୁ
ବନ୍ଦ କବାଟ ଖୋଲିବାକୁ,
ଅବଶ୍ୟ ଅଛି ପଥର ଫଟେଇ
ବାହାର କରିବାକୁ ପାଣି।
ନାଇଁ ନାଇଁ, ଜହ୍ନକୁ
ଚଢିବି ନାଇଁ, କହି ନାଇଁ।
ନୂଆ ପୃଥିବୀ ଏଇଠି କୋଠି
ଗଢିବି ନାଇଁ, କହି ନାଇଁ।
ସୂର୍ଯ୍ୟାସ୍ତରେ ମୁଁ ଅଛି
ଗାଧୋଇବାକୁ, ନୁହଁ ଏମିତି।
ଉଦ୍ଦେଶ୍ୟ ମୋର ନୁହଁ ସଫେଦ
ନଜିର ନାଇଁ ଏମିତି।
ମୁଁ ଖୁସି, ଜଣା ତୁମକୁ ସବୁ।
ମୋ ଲିପି ସବୁକୁ ଆହୁରି
ଉର୍ବର କରିବାକୁ ତୁମେ ଅଛ
ଘାଟରେ, ଯାଉଛି ମୁଁ ଯୋଉଠିକୁ
ମୋ ନିଜ ମୁହଁ ଦେଖିବାକୁ।
Bu şiiri puanla
Henüz puan verilmemiş