ନିଆଁ ଆକାଶ Fire Sky
G
0
Altın Yaprak
1.
ଫିଙ୍ଗୁଛି ନିଆଁ ଆକାଶ, ଏବେ
ମାଟିକୁ ଦେଖ, ମାଟିରୁ ଉଠୁଛି ତଥାପି
କି ଆନନ୍ଦରେ ଗଛ।
ଏ ଗଛ ସେ ଗଛ ନୁହେଁ ଜଳେ ଯିଏ,
ଆଉ ନିଆଁ ହୋଇ ଥାଏ
ସବୁଠାରେ।
ପାରେ ନି ଜାଳି ଅନ୍ୟ କାହାକୁ,
ନିଜେ ହୋଇଯାଏ ପାଉଁଶ।
ହସେ ଆକାଶ।
ପାଉଁଶ ଉଡେ ପବନରେ
ପବନ ଯାଉଥାଏ ଆସୁଥାଏ
ଅହର୍ନିଶ।
ସ୍ଥିର ଆକାଶ।
ସୁନ୍ଦର ଚଉପାଶ।
2.
ମୃତ ଗଜାନନ
ଅଛି ଠିଆ ଦେଖ।
ବଂଚିଥାନ୍ତା ଯଦି
ନିଶ୍ଚୟ ଶୁଣନ୍ତ ତୁମେ।
ଯଦି ବଂଚିଥାନ୍ତା
ଡାକିଥାନ୍ତା ତୁମକୁ
ଆଉ କହିଥାନ୍ତା
ଏଠାକାର ନାଟକ।
ନାଟକର ମୁଖ୍ୟ ଅଭିନେତା
କେତେ ଚାପରେ
ଆଉ ସେଠୁ ମୁକୁଳିବା
କେତେ କଷ୍ଟ
କହିଥାନ୍ତା ଗଜାନନ
ସମସ୍ତଙ୍କ ସମ୍ମୁଖରେ।
ଗଜାନନ ମୃତ,
ଆଶା କର ନି ଆଉ କିଛି,
ଯାହା ହୋଇଯାଇଛି
ଭୁଲିଯାଅ ସବୁ।
ଅବଶ୍ଯ ଗଜାନନ କହିଛି
ସତ୍ଯ ସବୁ
ଜୀବନ୍ତ ଜୀବଙ୍କୁ ନେଇ
ଆଉ ଦେଇଛି ସବୁର ପ୍ରମାଣ।
ଆଉ କହିଛି ଇସତିସ
ଆଉ ଦେଖେଇଛି
ବାନ୍ଧି ଦେଇ ସବୁ ଫିସ୍।
ଗଜାନନର ଥିବାଟା
ନୁହଁ ସତ, ଯେମିତି
ସତ ନୁହଁ ମୃତ ହେବାଟା।
3.
କୋଉ ଜାଗାର ମୁଁ
ପାରୁ ନି କହି ସଠିକ୍।
ଆଉ ଏଇ ସୁଯୋଗରେ
ତୁମେ ମାଡି ପଡୁଛ ମୋ ଉପରେ।
ଭାଷା ନାହିଁ ମୋଠି,
ଆଉ ଏଇ ସୁଯୋଗରେ
ତୁମେ ଦେଉଛ ବଦଳେଇ
ଆଉ ଯାହା ଯାହା ଅଛି।
କଣ କରୁଛ ଆଉ
କଣ ନ କରୁଛ ପରଖୁ ପରଖୁ
ହାଲିଆ ହେଲାବେଳକୁ
ଯାଉଛ ପଳାଇ ପରିଧି ବାହାରକୁ ।
ଜାଗା ବାଗା ଛାଡ,
ଯେମିତି ଅଛ ଯୋଉଠି
ପାରୁଛ ଯଦି ସଜାଡ,
ସମ୍ଭାଳିବାକୁ ଭିଡ।
ଜବରଦସ୍ତି ନୁହଁ,
ହଁ ତ ହଁ,
ନାଇଁ ତ ନାଇଁ
ଆଉ ଏଥିପାଇଁ ଏତେ।
Bu şiiri puanla
Henüz puan verilmemiş