ଚନ୍ଦ୍ର ଜଳୁଛି ତ ଜଳୁଥାଉ, Let The Moon Burn
G
0
Altın Yaprak
ଜଳୁଛି ଚନ୍ଦ୍ର ଏ ଫଗୁଣରେ,
ଆଉ ସେ ଅପରାଧୀ ମହୁକଳଙ୍କରେ।
ଅନାଇ ଦେଖ ଉଚ୍ଚପଦ, ଉତ୍ପାତ
ଆଉ ଦେଖ ବୁଦ୍ଧି ଭ୍ରଷ୍ଟ କାମୟାବ ସତ୍ୱେ।
ନିନ୍ଦା କରିବାକୁ କଣ ଲୋକ ଅଭାବ?
ସମୟକୁ ଚିହ୍ନିବା ଆଉ ସତର୍କ ରହିବା
ଆଉ ସାତପାଂଚ ମେଳି ଭିତରେ
ନିଜକୁ ଜାଣିବା କଷ୍ଟ ନିଶ୍ଚୟ।
ତଥାପି ଗାଇବାକୁ ହେବ ଗୀତ,
କହିଦେବାକୁ ହେବ ଆରେ ଶୀତ, ଆ
ଅଁଳା ଗଛ ତଳେ ଜାଳିବା ଘିଅ ଦୀପ,
ଆ ଆହୁରି କହିଦେବା କିଏ କେତେ ଅରକ୍ଷିତ ।
ଚନ୍ଦ୍ର ଜଳୁଛି ତ ଜଳୁଥାଉ,
ଆମର ଆମେ ପାଇବା ଇ ପାଇବା ଅମୃତ ସେଥିରୁ।
Bu şiiri puanla
Henüz puan verilmemiş