ଚନ୍ଦନଖରା Sandal Sun
G
0
Altın Yaprak
ଚନ୍ଦନଖରା ଆସିଛି
ରଙ୍ଗମଖା ଏ ସକାଳରେ କହିବାକୁ
କେତେ କଥା ଯାହାକୁ ନେଇ
ମୋର ଗଢିବାକୁ ମନ
ଆଉ ଏକ ନୂଆ ଇତିହାସ।
ସେଇ ନୂଆ ଇତିହାସେ ଆମେ ସଭିଏଁ
କେତେ ଖୁସିରେ ରହିବା ଜାଣି
କଅଁଳପତ୍ରଙ୍କୁ ଧରି ଆମେ
ଠିଆ ଆକାଶ ଛାତିରେ
ମାଟି ଦୁଲୁକାଇ ପ୍ରେମର
ସ୍ପନ୍ଦନ ଭିତରେ।
ଅଛି ଖାଲି ବାଣ୍ଟିବାର,
ଅଛି ଫୁଲଫୁଟାବେଳର ହସ
ଅଛି ଜୀବନର ଅସଲ ରହସ୍ୟ, ହସ।
Bu şiiri puanla
Henüz puan verilmemiş