ଚନ୍ଦ୍ରଶେଖର ରଥଙ୍କୁ To Chandrasekhar Rath
G
0
Altın Yaprak
ଦୁଃଖ ଦୁଃଖ ଦୁଃଖ କେବଳ ଦୁଃଖ
ବିରହ ବିଚ୍ଛେଦ ଖେଦ ଖାଲି ଖେଦ।
ଯାହା ପାଇଁ ଯେଣିକି ଆସିଥିଲେ
ଆଉ ଯାହା ପାଇଁ ଯେଣେ ଗଲେ
ସେ ଏକ ଇତିହାସ ଅମଳିନ
ରହିଛି ରହିବ ଚିରକାଳ ବ୍ରହ୍ମବେତ୍ତ।
ସେ ନିଜେ ସୂର୍ଯ୍ୟ, ନ ଥିଲେ ଖୋଜି
କାହା ଛାୟାତଳ ଆଉ ରଖିଥିଲେ
ପାଖରେ ଆଶା ଆଶୀର୍ବାଦ ଜଳ।
ମହାଗାଢ, ଦୃଢ, ମୁଁ ଅଜ୍ଞାନ ବାଳୁତ
ଖେଳରସେ ନ ପାରି ଜାଣି ହରେଇଛି
ପାଖରୁ ସବୁକିଛି ପାଇ ନ ପାରି
ବୁନ୍ଦାଏ ଅମୃତ। ମହାଭାଗ, ଅଣରୂପ,
ବିଚାରି ବିଚାରି ହୋଇଛ ଶୂନ୍ୟ
ଆଉ ହୋଇ ରହିଛ ପୂର୍ଣ। ଆଃ, ଦୁଃଖ,
କର କରୁଣା, ତୁମ ଚିତ୍ରପଟରେ ପଦ୍ମ।
(ଅମ୍ଲାନ ଚନ୍ଦ୍ରଶେଖର ରଥଙ୍କୁ)
Bu şiiri puanla
Henüz puan verilmemiş