ଜୀବନ ଗୋଟିଏ ଗୀତ Life Is A Song
G
0
Altın Yaprak
ଜୀବନ ଗୋଟିଏ ଗୀତ
ଗାଇବାକୁ ହୁଏ ଯାହା ପ୍ରେମରେ।
ପ୍ରେମ ଗୋଟିଏ ସତ୍ୟ
ପାଇ ହୁଏ ଯାହା ଜୀବନରେ।
ସତ୍ୟ ଆମେ।
ସତ୍ୟ ଆମର ବଂଚିବା।
ସତ୍ୟ ଏ ପବନ,
ଏ ପାଣି,
ଏ ମାଟି,
ଏ ଆଲୁଅ
ଆଉ ଏ ଆକାଶ।
ଆସ,
ପାଖକୁ ଆସ।
କେଡେ ମଧୁର
ଏଠାକାର ଏ ଗୀତ।
ବାହି ନେବା ଶୁଣି ଶୁଣି କାତ।
ନଈ ସମୁଦ୍ର ପର୍ବତ
ସବୁ ଏକତ୍ରୀତ
ଆଉ ଆମେ ସବୁରି ଭିତରେ
ଝଙ୍କୃତ।
ଜୀବନ ବଡ ଆଚମ୍ୱିତ।
-
Bu şiiri puanla
Henüz puan verilmemiş