ମୋ ନାଁ My Name
G
0
Altın Yaprak
ମୋ ନାଁ ମୋନିସା ପୋଇଲାନ୍ ।
ଦୁଃଖ ନାଇଁ କିଛି ମୋର।
ଜାଣେ ମୁଁ
ମୋ ମୁହଁରେ ରହିଛି
ଆମ ବଂଚୁଥିବା ସମାଜର ପ୍ରତିଛବି।
ମୋ ପାଇଁ ମୋ ମୁହଁରେ ଅଛି
ପୋଡା ଚିହ୍ନ ଖାଲି।
ଏସିଡ ମାଡକୁ ଖାତିର ନାହିଁ ମୋର,
ମୋର ଚିନ୍ତା ସମାଜକୁ।
ମାତ୍ର ତେଇଶ ବର୍ଷ ମତେ,
ଏସିଡ ଫୋପାଡିଥିବା ସାଲିମକୁ
କେତେ ବର୍ଷ ଜାଣେ ନା।
ମୋ ଘର ଜୟ ନଗର,
ଦକ୍ଷିଣ ଚୋବିଶ ପ୍ରଗଣା ପଶ୍ଚିମ ବଙ୍ଗ।
ଜଳୁଛି ଏସିଡରେ ସମାଜ
ମତେ ଜଣା।
English rendering;
My name - Monisha Poilan,
I have no sorrow.
I know the reflection of
The society is there
In my face.
For me, burn symbol is
Only there on my face.
I care not the throwing of acid,
But I think about the society
We live in.
I am twenty three years old,
I know not the age of Salim
Who threw acid.
My home is at Jaynagar,
South 24 Praganas, West Bangal.
The society is burning
With acid, I know.
Bu şiiri puanla
Henüz puan verilmemiş