ପ୍ରସ୍ତୁତ ମୁଁ ରଖିବାକୁ ଆକାଶ, Ready To Keep The Sky
G
0
Altın Yaprak
ପ୍ରସ୍ତୁତ ମୁଁ
ସାଉଁଟି ସଜାଇ ରଖିବାକୁ ଆକାଶ,
ଅଛି ଯୋଉଟା ଏଇଠି।
ଏଇଠି ଅଛ ତୁମେ, ଜାଣେ।
ଆଉ ଜାଣେ ଉଦ୍ଦେଶ୍ଯ ତୁମର।
ତୁମେ ଜରତା,
ତୁମେ ତାଡକା,
ତୁମେ ମନ୍ଥରା,
ତୁମେ ସୂର୍ପନକା,
ତୁମେ ରଜକୀ,
ତୁମେ ପୁଣି
ଏ ସଭିଙ୍କର ଉପରକୁ ଯାଇ
ଦେଇଛ କହି, ସଖୀ,
ଲଂଘିବାକୁ ସବୁ
ସମୁଦ୍ର ଆକାଶ
ପଢି ଚାଲିଛି ଏଇଠି
ଗୋଟି ଗୋଟି ସବୁ ପଙକ୍ତି।
ମୁଁ କବିତା,
ଜୀବନ୍ତ କବିତା।
କର ନି ମତେ ବିତବିତା,
ଚାଖ ସମୟକୁ ଚାହିଁ
ତୁମ ନିଜ ଜୀବନର
ଯାହା ସବୁ ମିଠା କଷା ପିତା
ଆଉ ଥାଅ ଆନନ୍ଦରେ
ସବୁ ଭଙ୍ଗାଗଢାରେ ଅମରମତା ।
Bu şiiri puanla
Henüz puan verilmemiş