ଚକିଜନ୍ Round Moon
G
0
Altın Yaprak
ଏନ୍ତା ହଉଛୁ କାଁ କାଜେ ନନି,
ନେଇଁ ଦେଖବାର୍ କେଁ ଇଟା ପୁଷ୍ ପୁନି।
ନଚାଡେଗା ହସଖିଆଲରେ ନେମା ଦିନ ଗନି।
ଆମର ପାଖେ ଗିତ୍ ରେ ଗିତ୍ କେତନିକେତେ।
ରସରକେଲି, ମାଏଲାଜଡ, ଡାଲଖେଇ, ଛୁ ଛୁରକି,
ଘୋ ଘୋ ରାନି।ମୁଇଁ ରଜା ତୁଇ ରାନି।
ଆମର ଭିତରକେ ଆରୁ କାହାରିର ଗମନ୍ ନେଇଁ।
ମର୍ ଅଙ୍ଗଛି ତର୍ କପଟା ନେଇଁ ସେ ଫଟା।
କାଁଜେ ହେମା କେନ ହଟହଟା।
ଆମର ଜଙ୍ଗଲ୍ ଆମର ମଙ୍ଗଲ୍।
ଢୋଲ ତାସା ମହୁଲି ଝାଁଜ
ସଭକର ସଁଗେ କରମା ମଜା।
କେତେଦିନର କେନ୍ ରେ ନନି।
ଏଖେନ ଆମେ ବଁଧାବଁଧି।
ମଝି ମଝିନେ ଛିଡଲେ ତାର୍
ଗୁରେଇ କରି ଫେର ଦେମା ବଜେଇ।
ଘୁଲଘୁଲା ବାଁଧଲା ବାଗିର୍।
ବଢିଆ ବଢିଆ ନୁଆ ଶବଦେ
ଦେମା ସମିଆକେ ଦୁଲକେଇ।
ଆ ଗା ନନି, ବୁଝା ମନ୍,
ଏକାଠାନେ ଦେଖମା
ଇନର ଇ ଚକିଜନ୍ ।
Bu şiiri puanla
Henüz puan verilmemiş