ନିରବତା ଢେଉ Silence Waves
G
0
Altın Yaprak
ଅନେକ କିଛି
ଗଜାନନ ମିଶ୍ର
କହିବାର ଅଛି
ଲେଖିବାର ଅଛି
ଅଛି ଅଛି ଅନେକ କିଛି।
ଜିନ୍ଦାବାଦରୁ ସତ୍ୟହେ
କେତେ ଦୂର କି?
ନିରବତା ଢେଉ ଖେଳୁଛି।
ବଜାଅରେ ବଜାଅ
ଶଙ୍ଖ ହୁଳହୁଳି,
ବଜାଅ ବଜାଅ ସତ୍ୟରେ।
ଆଉ ମନେରଖରେ
ବଜାଇବାଟା ଅନିତ୍ୟ।
ଅନିତ୍ୟ ସମୟ,
ସମୟର ସବୁ ଏ ଖବରକାଗଜ
କିଏ ରଜା କିଏ ଗଉଁତିଆ ।
ଲମ୍ୱିଯାଉରେ ଲମ୍ୱିଯାଉ ତାଲିକା
ସମୁଦ୍ରର ଢେଉ ଜଙ୍ଗଲର ପଶୁ
ସବୁଠି ସଭିଙ୍କର ସ୍ୱାଧୀନତା ।
ସବୁ ଅସ୍ଥିରତା ସବୁ ଅସ୍ଥିରତା
ଆହା ଇତିହାସର ପର୍ଦାକୁ
ଧରିରଖୁଥାଏ ଧର୍ଷିତା!
ଚାରିବାହା ସବୁ ମାୟା,
ସବୁ ମାୟା! ମାୟା
ହେଉ, ତଥାପି ଚାଲ,
ମାୟା ଭିତରେ ଇ
ଦେଖୁଥାଅ ପରଖୁଥାଅ
କେମିତି ଭାଇ କେମିତି ବାପା
ଆଉ ଚାଲୁ ରଖିଥାଅ ଏ ଯାତ୍ରା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
15/10/2019
Bu şiiri puanla
Henüz puan verilmemiş