ସିଧା କଥା Six Odia Poems
G
0
Altın Yaprak
1.
ମତେ ଅଣଦେଖା କରିବା ଅର୍ଥ
ନିଜର ଅଶେଷ କ୍ଷତି କରିବା,
ମୁଁ ନୁହେଁ କାହାରି, କେହି ନୁହନ୍ତି ମୋର,
ଏମିତି ନୁହେଁ କେବେ,
ସବୁରି ଭିତରେ ଅଛି ମୁହିଁ ।
2.
ନମସ୍କାର, ଆସି ଅଛି ମୁଁ
ଖୋଜ ମତେ ଏଠାରେ
ତୁମ ନିଜ ଭିତରେ,
ଚାହୁଛି କରିବାକୁ ଯୋଉଥିରେ
ଆମ ସଭିଙ୍କ ମଙ୍ଗଳ,
ଶାନ୍ତି ସହାବସ୍ଥାନ ସହିତ ।
3.
ଏବେ ଭୁବନେଶ୍ଵରରେ ମୁଁ?
କରୁଛି କଣ କହିବା ପୂର୍ବରୁ ରିଂ କରିଛି ତୁମକୁ ।
ତୁମ ଫୋନ ତୁମକୁ ଶୁଭିଲା କି ନାହିଁ, କହୁ ନି ।
ମୋ ଫୋନ କିନ୍ତୁ ରଖିଦେଲା ମୋଠି ।
4.
ମସଗୁଲ ରହିଲା ଆଉ ପାରିଲା ନି
ଅନ୍ୟ କିଛି କରି ଏମିତି ଏଠି ଯାହାକୁ
କହି ହୋଇଥାନ୍ତା ସହଜ ଭାବରେ
ଗୋଟେ ଝୁଂକରେ ଏମିତି ସବୁ ହୁଏ ଏଠାରେ ।
5.
ଭାର ବୋହିଛି ଯିଏ, ଜାଣେ କଣ ପୁଣି ହେବାର ଅଛି ।
ଆଉ ଅଛି ଯିଏ ବାହାରେ ପାରି ନି ବୁଝି
ପାଣି ତଳର ଡହକ । ସିଧା କଥା କଣ ଆସୁ ନି ପାଖକୁ?
6.
କହିଲି ଝିଣ୍ଟିକାକୁ
ଡିଆଁଡେଇଁ କର ନା ଏତେ, ନାହିଁ କିଛି ।
କଣବୁଝିଲା ଆଉ ଗଲା କୁଆଡେ ପତ୍ତା ନାହିଁ ଏ ଯାଏ ।
ଆଉ କାହାକୁ କଣ କହିଥାନ୍ତି ମାଲୁମ ନାହିଁ ।
Bu şiiri puanla
Henüz puan verilmemiş