ଭାଷାରେ ଘୋଟିଛି ଆକାଶ The Sky Is Covered By Languages
G
0
Altın Yaprak
ଅଦୃଶ୍ଯ ଦୃଶ୍ୟ ରୂପେ
ଗଜାନନ ମିଶ୍ର
ମୋ ଭାଷା ମୁଁ
ଭାଷାରେ ଘୋଟିଛି ଆକାଶ
ଆକାଶରେ ମାୟାଗତି ମୋର ନିରେଖ
ସଂଚରୁଛି କେବଳ ମାତ୍ର
ସର୍ଜନା ଜ୍ୟୋତି ପ୍ରକାଶ
ବିକାରଭେଦେ ଅପ୍ରକାଶ
ଦୂର କର ମାନ ଭୋଗ।
ଭାଷାର ନାଇଁ
ରୂପରେଖ
ନାଇଁ ଭେଦଭାବ
ନାଇଁ ଯଦି ଦେହ ଅନୁଭବ
ଦେହକୁ ଦେହ
ଦେହରୁ ଦେହ
ମାୟା ଆତଯାତ।
ଭାଷା ଆଶ୍ରୟ
ସ୍ୱଳ୍ପ ସମୟ
ବଡ ଭ୍ରମ ସଂସାର
ଭିତରେ ଭିତରେ ନିର୍ଣୟ
ସ୍ଥାନ କାଳ ପାତ୍ର
ଭୂତ ଚରାଚର
ଦେଖ ସୂର୍ଯ୍ୟୋଦୟ।
ତର୍କ ଲୟ ରୂପ ଅରୂପ
ସଂଯୋଗ ବିଯୋଗରେ
ତୋଷ ସମୀପ
ମୂର୍ତ୍ତ ନା ଅମୂର୍ତ୍ତ
ଉତ୍ପତ୍ତି ପ୍ରଳୟ
ଦୃଶ୍ୟ ଅଦୃଶ୍ୟ ରୂପ
ତୁମର ମୋର ପ୍ରକାର ପ୍ରକାର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
21/02/2020
Bu şiiri puanla
Henüz puan verilmemiş