ଶୋଷ ଆଉ ଭୋକ Thirst And Hunger
G
0
Altın Yaprak
ଦିଅ ନ ଦିଅ, ନିଏଁ ନ ନିଏଁ,
ସବୁଠି, ନିନ୍ଦାରେ ଆଉ ବି
ଫନ୍ଦାରେ ଆମେ ଦିହେଁ।
ଭିନ୍ନ କଥା, ବିଶ୍ୱାସକୁ
ଯିବା ନ ଯିବା।
ସରୁ ବା ନ ସରୁ, ଅସଲ
ଗଣିବା ପ୍ରଥମରୁ।
ପ୍ରଥମରେ ନ ଥାଏ ଦୋଷ,
ତା ପରକୁ ତା ପର ଅଶେଷ
ଗୁଣ ଆଉ ବେଶ,
ସଂପର୍କ ନ ଥାଏ ଲେଶ।
କୋଉଠି ମଧୁରସ
କୋଉଠି ବିଷ।
ହାଟକୁ ହାଟ କୁହାଟ
କହିବ କିଏ ସବା ତଳେ
କି ସବା ଉପରେ ସମ୍ରାଟ।
ଶୋଷ ଆଉ ଭୋକ
ହୁଏ ନି ସମ୍ଭାଳି,
ଲାଜ ମହତ ଛାଡି
ମାର ବାପାମାନେ କରତାଳି
ଦିଅ ମା ମାନେ ହୁଳହୁଳି।
ସମର୍ପି ସତ୍ୟ
ପାଅ ଅମୃତ ।
Bu şiiri puanla
Henüz puan verilmemiş