ଏ ଜଳ ଆଉ ଏ ତରଙ୍ଗ This Water And This Waves
G
0
Altın Yaprak
ରହିଛି କେଉଁଠି ଯେ କହୁଛ ଯା ଯା,
ଯିବି ଯଦି, ଯିବି ବା କେଉଁଆଡେ।
ସ୍ଥିତାବସ୍ଥା ବି ନୁହଁ ସମ୍ଭବ
ନୁହଁ ଏ କଥା କାହାକୁ ଅଗୋଚର।
ଏ ଜଳ ଆଉ ଏ ତରଙ୍ଗ ନୁହଁ ବି ଗୋଟିଏ,
ଯେ ଜାବୋଡି ଧରିବ ଆଣ୍ଟେ।
ଛଟପଟ ଦିନ ତମାମ୍ ଶର୍ଦ୍ଦିରେ କାଶରେ,
ଶ୍ୱାସ ନେବାକୁ କଷ୍ଟ, ଜୀବନ ସତ ନାଗରୀନଟ।
ରହରେ ଜଗତ, ତୋର ତୁ ହ ନା ଉତ୍ପାତ।
ମିଛକୁ ସତ, ସତକୁ ମିଛ କରି ଦେ ନା ଦୋଷ, ମିଥ୍ୟାପବାଦ।
ପ୍ରିୟତମା ହିଁ ତ ମାରେ ପ୍ରଥମ ଖଣ୍ଡାଚୋଟ।
କଥା ମାନି ଆଲୁଅ ଲିଭାଇ ନିଜ ହାତେ ଶୋଇଯାଏ ମୂଢ।
ହେବାର ନାଇଁ ବନ୍ଦ କାନ୍ଦ, ଉକୁଟି ଉଠିବାର ନାଇଁ ହସ,
ଚିହ୍ନା ଚିହ୍ନା ଅଚିହ୍ନା ଅଚିହ୍ନା ଭିତରେ ଠଉରେଇ
ପବନର ଗତି ଯିବାକୁ ହେବ ଆଗକୁ ପଛରେ
ନାହିଁ କେହି ଯଦିଓ ମନ ଖୋଲି କହିବାକୁ।
Bu şiiri puanla
Henüz puan verilmemiş