ମୁଁ ତଥାପି ବଂଚିଚି...(I Am Still Alive)
D
0
Altın Yaprak
ଏକ ବିଶୁ ମହାରଣା
ହେଇ ଜୀବନକୁ
ଜଳାଞ୍ଜଳି ଦେଇ
ଚାହିଁଥିଲି ଗଢିବାକୁ
ଏକ ସୁନ୍ଦର କୋଣାର୍କ!
ହେଲେ କଲ କଣ?
ଭାଙ୍ଗିଦେଲ ମୋର ସ୍ବପ୍ନ!
ବୃଥା ଅପବାଦ!
ନଚିହିଁ, ନଜାଣି
ନିଜର ମାଟିର ମଣିଷକୁ
ତିଳ ତିଳ ଦଗ୍ଧ କଲ!
ଯେଉଁ ଆସନରେ
ଆଜି ବସିଛ ସେ ଏକ ପ୍ରହେଳିକା,
ଏକ ପ୍ରହସନ ମାତ୍ର!
ତୁମର ବୁଝିବାର ବେଳ ଆସିବା ପୂର୍ବରୁ
ନା ଥିବି ମୁଁ ନା ଥିବ ତୁମେ...
ଏ ମରୁଭୂମିରେ ଜଳ ବିହୀନ
ଶତାଧିକ ନିରୀହ ମଣିଷଙ୍କ
ହାଡ ଆଉ ଭଙ୍ଗା ଖପୁରି
ଏମିତି ଲୀନ ହେଇଯିବ!
ଅସହ୍ୟ ବେଦନାରେ
ଏକ ଇଟାଭାତିର କେଉଁ କୋଣେ
ଯୁଇପରି ଜଳୁଚି...
ସରିନି ଏ ଜୀବନ!
ତଥାପି ବଂଚିଛି,
କେବେ କେବେ କାନ୍ଦୁଚି,
କେବେ କେବେ ହସୁଚି
ମୁଁ ତଥାପି ବଂଚିଚି...
Copyright @ Dillip K Swain
Bu şiiri puanla
Henüz puan verilmemiş