ଇଏ କୋଉ ଜାଗା Which Place Is It
G
0
Altın Yaprak
ଇଏ କୋଉ ଜାଗା
କେତେ ପ୍ରକାରର ନାଁ ୟାର,
କିଏ କିଏ କଣସବୁ ଦେଇଛନ୍ତି ନାଁ,
ମତେ ନାହିଁ ଜଣା।
ଅଛି ଏଠି ଆଉ ଦେଖୁଛି
ଜହ୍ନଆଲୁଅ, ଆଉ ଶୁଣୁଛି
ଶିକାରୀପକ୍ଷୀର ଚିତ୍କାର।
ହେଉ ନି ନିଦ,
ଭିତରେ ଭିତରେ ମତେ ଇ
କୋରି ଖାଉଛି ମୋ ନିଜ ଭୟ।
ଅଦ୍ଭୁତ ଅଦ୍ଭୁତ ଗଛସବୁ
ଲଟା ବୁଦା ଘାସ ବି ଢେର।
ଝଡୁଛି ବି ପତ୍ର, ପାରୁ ନି ଫୁଟି ଫୁଲ,
ନିଷ୍ଫଳ ସମୟ କରୁଛି ଗମାତ୍।
ବାହାରିଯାଉଛି ସ୍ୱତଃ
ମୋର ସବୁ ଦୀର୍ଘଶ୍ୱାସ।
ନିଘା ନାହିଁ ମୋର ଏଇଟା
କୋଉ ବାର ନକ୍ଷତ୍ର ପ୍ରହର
ପକ୍ଷ ବର୍ଷ ମାସ।
ମୋ କଥା ମୁଁ ପାରୁ ନି ବୁଝି,
ମୋ ଖିଆଲ ବି ନାଇଁ ମୋଠି,
ମୁଁ ମାତାଲ ମୋ ଭିତରେ
ଜୀବନଝଡକୁ ସାମ୍ନା କରି କରି ।
ଯାହାଥିଲା ସ୍ୱପ୍ନ
ଗଲା ଶୁଖି ଖରାରେ,
ଯାହାଥିଲା ଆଶା ଆଉ
ବିଶ୍ୱାସ ପାଲଟିଗଲା ବରଫ।
ମୁଁ କୋଉ ଖେତର!
ଭୀଷଣ ବର୍ଷାରେ ସ୍ଥିତିଶୂନ୍ୟ ମୁଁ,
ଅଘୋର ଅଚେତନ।
କହିବାକୁ ନାହିଁ ଆଉ କିଛି,
ରାତିସାରା ମୁଁ ନିଦ୍ରାହୀନ,
ତଥାପି ମୋଠୁ ମୁଁ ନୁହଁ ଭିନ୍ନ
ଠିଆ ରହିଛି ଏ ଜାଗାରେ
ରଖିଦେଇ ସବୁ ଚିହ୍ନ।
Bu şiiri puanla
Henüz puan verilmemiş