ତୁମକୁ ଭେଟିବା ପରେ -010 (Tumaku Bhetiba Pare -10 / Odia Poem)
S
0
Altın Yaprak
ଆଜି ଭାରି ଉଦାସ ଲାଗୁଛି,
ସକାଳ ର ଆଖି ପତା
ଖୋଲିବା ଵେଳଠୁ
ତମ କଥା
ବାର ବାର ମନରେ ଆସୁଛି,
ଲାଗୁଛି ଯେମିତି ଆଉ
ଦେଖା ହେବ ନାହିଁ ।।
ତମେ ବୋଧେ
ଆଜି ଟିକେ ବିଷର୍ଣ ରହିଛ...
ସବୁବେଳେ ଖୁସି ଖୁସି ଥିବା ତମ
ମୁହଁର ଆକାଶେ
ମେଘ ଢଙ୍କା କାଳିମା ବୋଳିଛ...
କାହା ସହ ଜମା ବେଶୀ
କଥା ହେଉନାହିଁ,
ଆଗ ପରି ଚଳଦଳ,
ଚପଳ, ଚଞ୍ଚଳ
ସେମିତିକା ଆଜି ଜମା ନାହଁ ।।
ଇଏ ବୋଧେ
ଅନାଗତ ଦୂରତାର
ଆଗୁଆ ସଙ୍କେତ....
କିଛିଦିନ ପାଇଁ ଆମେ
ଦୂରେ ଦୂରେ ପୁଣିଥରେ
ବଞ୍ଚିବାକୁ ଚେଷ୍ଟା କରିବାର
ଆଖି ଆଉ ଓଠ ର ପହଞ୍ଚ-
ସୀମା ଆର ପାରେ
କିଛି କାଳ ଆଉ ଥରେ
ବଞ୍ଚିବାକୁ ହେବ...
ଏ ତାହାର ସବୁଜ ସଙ୍କେତ ।।।
Bu şiiri puanla
Henüz puan verilmemiş