ଦୁନିଆଁଭର Whole World
G
0
Altın Yaprak
ଦୁନିଆଁଭର
ଗଜାନନ ମିଶ୍ର
ସୁନ ସୁନ
ସୁନ ଦୁନିଆଁଭର
ଜିଏ ଅଛ ଜେନ୍ତା ଜେନ!
ମୋର ମାଁ
କୋସଲି ଆଏ
ରାଧିକା ସୁଦଁରି ଆଏ।
ନେଇଁ ହାରି
ମୋର ମାଁ କେଭେ କେନ
ମୁଇଁ ହେତାର ପୁଓ ଆଏ
ହାରମି ବଲୁଛ ବଏଲେ
ଗଲତ ଆଏ!
ମୋର ଟେକେଟାନେ
ଅଛେଁ ମୁଇଁ
ଦେଖସ କି ନେଇଁ!
ସକାଲ ପାଏଲେ
ମୁଡିଆ ମାରୁଛେଁ
ମୋର ଭୁଇଁ।
କେନ ସଲେରେ ତମେ
ଜାବରଜାତିଆ ମାନେ!
ବାଏଲସିରିଆ ଫସକା
ଲଦୋମାନେ!
ସତକେ ଭି ମିଛ ବଲି
ହୁଆହୁଟା ହଉଛ
ଗୁମାନ କାଢୁଛ!
କେତେ ଦିନରେ
ନେଇଁ ଭାବୁଛ ମନେ!
ପାହାଡଫଟା
ପଝରେନ ପାଏନ ଇଟା,
ଧୁଇଲଚଟା ଅଏଁଠାଚଟା
ନେଇଁସେ, ପଛଆଡିଆ
ଛୁରିଭୁସା ନେଇଁ ଜାନି ହେ!
ଦେଖବ, ରହ ରହରେ ପୁହେ!
ବାଘଛୁଆ ସବୁ ମାତଲେ ନ,
ବାଟ ନେଇଁ ଛାଡଲେ
ଚିରିଫାଡି ରକତ ଚାଟବେ ନ!
ବାପର ପୁଓରେ
ମାଁର ପୁଓ।
ଲାଗଲ ଚୁଛାଥି ବଏଲେ
କହିଦିଅ, ପୁଓଜିଁତିଆ
ତମର ମାଁ କରୁଥିବା ନ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
19/10/2019
Bu şiiri puanla
Henüz puan verilmemiş