ତୁମ ଭିତରେ ଇ Within You
G
0
Altın Yaprak
1
ସୂର୍ଯ୍ୟୋଦୟ
ତୁମ ଦେହରେ।
ଆଉ ସୂର୍ଯ୍ୟାସ୍ତ ବି।
ରାସ୍ତା ହଜୁ ନି କି
ଯାଇ ନି କୁଆଡେ
ଅଛି ସବୁ ତୁମ ଭିତରେ ଇ।
ଘା ହେଲାଣି ଦେହସାରା,
ପୋକ ସଲବଲ ସବୁଆଡେ।
ଓଦା ଶୁଖିଲା ଆଉ କଣ
ପାରୁଛ ବାରି!
ଅଳିଆ ଆବର୍ଜନା ଗଦା,
ଯନ୍ତ୍ରଣା ଅସମ୍ଭାଳ।
କିଏ କୋଉଠି କରିଛି
ପ୍ରତିକ୍ଷା କାହାକୁ!
2
ପଶେଇ ଦିଅ ନି ଘର ଭିତରକୁ
ହେମାନେ ସବୁ ବୁଲାକୁତ୍ତି।
କୁଆଡୁ କୁଆଡୁ ଆସି ଏଠି
ମୁତିବେ ହଗିବେ ବାନ୍ତି କରିବେ।
ସୁଖବେଳେ ହେମାନେ ସବୁ
ତୁମ ଦେହରେ ଗୋଡରେ ଘଷି ହେବେ
ଖାଇବେ ପିଇବେ ଶୋଇବେ ଆଉ
ଦୁଃଖ ଆସିବାର ସୁରାକ ପାଇଲେ
କୁଆଡେ ଚଂପଟ ମାରିଦେବେ
ବଜ୍ଜାତ ବିଲେଇ ପରି।
ଚାରିଆଡକୁ ନିଘାରଖ
କୋଉଠି ମାଙ୍କଡ଼ସା ଜାଲ ହେଲାଣି
କୋଉଠି ହେଲାଣି ଗଦା ମଇଳା
ମଶା ମାଛି ପୋକଜୋକକୁ ସାବଧାନ!
Bu şiiri puanla
Henüz puan verilmemiş