ଖୋଜିବା ର ସେଇ କେତେ ଦିନ- 01(Khojiba Ra Sei Kete Dina/Odia Poem-01)
S
0
Altın Yaprak
ତୁମ ଆଖି
କଳା ଘୁମର ପାଣି
ସାତ ତାଳ, ଗଭୀର ତଳ କୁ
ଲମ୍ପ ଦେବା ବେଳେ
ଭାବୁଥିଲି ଥିବ ନିଶ୍ଚେ ଗୋଟେ
ମୋତି ର ଫରୁଆ-
ଲୁଚିଥିବ ତା ଭିତରେ
ରାଜକନ୍ୟା ଜୀବନ ନାଟିକା-
ଥିବ, ସବୁଜ ପକ୍ଷ ଓ ନୀଳ ଆଖି
ଝୂମାଭ ଦିଗନ୍ତ ଘେରା ଶୀତ ରାତି
ଅନ୍ଧାର ରଙ୍ଗ ର ଚମ ବେଢିଥିବା
ବିଚିତ୍ର ଭଅଁର ଟିଏ ।
Bu şiiri puanla
Henüz puan verilmemiş