ତୁମ କୁଚ୍ ନେହିଁ ଜାନତେ You Know Nothing
G
0
Altın Yaprak
ତୁମ କୁଚ୍ ନେହିଁ ଜାନତେ,
ପ୍ଲିଜ ଷ୍ଟପ୍ ଦେୟାର
ହୁଏର୍ ୟୁ ଆର୍।
ଚେଷ୍ଟାକର ଜାଣିବାକୁ,
କିଏ ତୁମେ, କରୁଛ କଣ
କାହା ପାଇଁ କେମିତି କୋଉଠି।
ଚେଷ୍ଟାକର ଜାଣିବାକୁ
ତୁମ ନିଜର ଘରଘାଟ,
ହାଟ ବାଟ ଭାଷା ଭାତ।
ଜାଣିବାକୁ ଚେଷ୍ଟାକର
ତୁମେ ଆଲୁଅ କି ଅନ୍ଧାର।
ଜାଣିବାକୁ ଚେଷ୍ଟାକର
ତୁମେ ମଣିଷ କି ରାକ୍ଷସ,
ଜାଣିବାକୁ ଚେଷ୍ଟାକର
ଚଢୁଛ କି ଉତୁରୁଛ,
ଲୁଟୁଛ କିଲୁଟ ହେଉଛ।
ତୁମେ କିଏ କହ ତ,
କଣ ତୁମର ଆୟତ୍ତ।
କିଛି ନ ଜାଣି
ଖେଳୁଛ ଶବ୍ଦ ସହିତ,
ଶବ୍ଦ କାହାରି ନୁହଁ,
ତୁମେ ଶବ୍ଦର,
ଶବ୍ଦକୁ ଶବ୍ଦରେ
ଆଉ ନ ଛନ୍ଦ,
ବକବାଜ୍ ବନ୍ଦ କର।
ନିଜ ପରିଚୟ ନିଜେ
ଦେଖେଇ ଦିଅ, ଦେଖେଇ ଦିଅ,
ତୁମେ କିଛି ନୁହଁ, କିଛି ନୁହଁ।
Bu şiiri puanla
Henüz puan verilmemiş