ମୂଳରେ ନାରୀ Woman At The Root
G
0
Altın Yaprak
1.
ମହାଭାରତର ମୂଳରେ
ନାରୀ,
ରାମାୟଣର ମୂଳରେ
ନାରୀ।
2.
ନିଶାରେ ନାରୀ,
ନିଆଁରେ ନାରୀ,
ନିହାଣରେ ନାରୀ,
ନିକୁଂଜରେ ନାରୀ।
3.
ନାରୀକୁ ନେଇ ନଷ୍ଟଖେଳ,
ନାରୀକୁ ନେଇ ପାଗଳ।
ବୁଝି ପାରେ ନା ନାରୀ
ଫୋପଡା ହୁଏ ଗନ୍ଧିଆ ବାସି ପଖାଳ।
4.
ନାରୀ, ସଚେତନତା ଜରୁରୀ ।
ନାରୀ, ସତମିଛ ଜାଣିବା ଜରୁରୀ ।
ନାରୀ, ଜୀବନକୁ ଭଲ ପାଇବା ଜରୁରୀ।
ନାରୀ, ନିରପେକ୍ଷ ବିଚାର ଜରୁରୀ।
5.
ନାରୀ, ନୁହଁ ବେଲୁନ ପରି,
ଭୁସକିନା ଯିବ ସବୁ ପବନ ବାହାରି।
ନାରୀ, ନୁହଁ ଅନ୍ଧାରୀ,
ସତ୍ୟ ଛଡା ନୁହଁ ଆଉ କାହାରି ।
6.
ନାରୀ, ଯାଏ ଆଉ ଫେରେ
ଦିଲ୍ଲୀରୁ ଦୌଲତାବାଦ।
ନାରୀ, ପାଏ ଆଉ ହଜାଏ
ଜୀବନର ଅ ଆ ନାଦ।
7.
ନାରୀ, ଚୌଷଠୀ ଯୋଗିନୀ ।
ନାରୀ, ବଜାଏ ବି ମୃଦଙ୍ଗ ଆଉ ଗିନି।
ନାରୀ, ନାମିଦାମୀ ସହରର
କର୍କଶ ସଙ୍ଗିନୀ।
8.
ନାରୀ, ନୁହଁ ଛିନ୍ନଭିନ୍ନ ପ୍ରେମ।
ନାରୀ, ନୁହଁ ଧୂସର ଧୂଳିର ମୁହଁ।
ନାରୀ, ଗଣେ ପଥରର ଦିନ।
ନାରୀ, ଏକ କାତର ସ୍ୱପ୍ନ।
9.
ନାରୀ, ନୁହଁ ଗନ୍ଧହୀନ,
ନାରୀ, କଦମ୍ୱଗଛର ଜହ୍ନ।
ନାରୀ, ସୁଦୂର ମୁହାଣ
ସଦା ନିର୍ଜନ।
10.
ନାରୀ, କ୍ରମିକ ବିସ୍ଫୋରଣ।
ନାରୀ, ଅସମ୍ଭାଳ ପବନ,
ନାରୀ, ଫିତାକଟା
ସମୟର ଗଣ୍ଠିଧନ।
11.
ନାରୀ, କଥାରେ କଥାରେ
ହି ହି ହି, ବୁଝି ନି କେହି ଯୁଗ ଯୁଗ ଧରି।
ନାରୀ, ଭିତରେ ଭିତରେ
କଣ କଣ ସବୁ ନ ରହିଛି ପୂରି।
12.
ଥାଉ ମହାଭାରତ,
ଥାଉ ରାମାୟଣ,
ମୁକ୍ତ କରାଯାଉ
ଶବ୍ଦଠୁ ନାରୀକୁ ଏଇଠି।
Bu şiiri puanla
Henüz puan verilmemiş