ମେଘ ଭର୍ତ୍ତି ଆକାଶରେ Clouds In The Sky
G
0
Altın Yaprak
ସତ କଥା କହେ କିଏ
ଗଜାନନ ମିଶ୍ର
ଜାଣେ ନା,
ଜାଣନ୍ତି ବା କେମିତି?
ତିନି ଚାରି ରଙ୍ଗର
ଗୋଳିଆଘଣ୍ଟାରେ
ଅସଲଟା ଯାଇ ରହୁଛି
ଆଉ କୋଉଠି।
କିଏ କହୁଛି କଣ
ଠିକଠିକଣା ନାଇଁ
କିଛି କଥାର।
ଜୀବନ ଚାଲିଛି
ନିଜ ବାଟରେ
ଅନେକ ଧାର କରି କରି ।
ପୁଣି ପୁଣି ଉବୁଡାପଡି
କହୁଛି ଅନେକ ଶବ୍ଦରେ
ଅନେକ ଭାଷାରେ ଯାହାର
ନାହିଁ ଆଦିଅନ୍ତ।
ମେଘ ଭର୍ତ୍ତି ଆକାଶରେ
କେତେ ଘଟଣା ଶୂନ୍ଯରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
23/10/2019
Bu şiiri puanla
Henüz puan verilmemiş