ଶବ୍ଦ ଆଉ Words And
G
0
Altın Yaprak
ଶବ୍ଦ ଆଉ ନୃତ୍ୟ।
ଶବ୍ଦର ନୃତ୍ୟ।
ପ୍ରତି ମୁହୂର୍ତ ଏଠି ସେଠି।
ଠଉରେଇବା ବଡ କଠିନ ଜୀବନର ଗତି।
କୋଉଠି କିଏ କାହାକୁ କଣ କହୁଛି କିଏ ବୁଝୁଛି।
କାରଣ ବୁଝୁ ବୁଝୁ ଖସି ଯାଉଛି ହାତରୁ ସବୁ।
ହାତ ଆଉ ଗୋଡ ନାହିଁ ଏକାଠି।
ଯାଉଛି ବଦଳି ରଙ୍ଗ ରୂପ ପ୍ରତିମୁହୂର୍ତ।
ଝଡର ସମୁଦ୍ର ଆଉ ସମୁଦ୍ରର ଝଡ
ଉଭୟେ ବ୍ୟସ୍ତ କରିବାରେ ସୃଷ୍ଟି ନୂଆ ଅଧ୍ୟାୟ।
କିଏ କାହା ସହିତ? ହେଉଛି କଣ ପରିବର୍ତନ?
ଆକାଶ ପୃଥିବୀର ମିଳନରେ ପୁଣି
ହେଉଛି କିଏ କାହାଠି ଲୀନ।
ଜାଣିବା ବୁଝିବା ବଡ କଠିନ ବଡ କଠିନ।
Bu şiiri puanla
Henüz puan verilmemiş