ଫେରଭି ଅଛେଁ ମୁଇଁ Yet I Am Here
G
0
Altın Yaprak
1.
ଖୁଜ ଇନ ହେନ ସବୁଠାନ
ଆରୁ ଜେନଟା ଜେନତା
ଅଉଛେ ଭାବନା ଟିପ।
ହେ ଟିପଲା ଭିତରେ କାଣା
କେନଟା ବଦଲୁଛେ ନିଘାକର।
ଆରୁ ହେ ନିଘା ଭିତରେ ତମେ
ନିଜେ କେନ ପଚର ନିଜକେ।
2.
କେଁଟାକେ ହସୁଛ?
ହସୁଛ କି କାନ୍ଦୁଛ?
ଦୁଇଖେକନିଆଠାନେ,
ଫସଲିଁ ନ ହେଟା।
ତାରବୁଆ ବଁଚେଇ ନେଇପାରେ
କେଭେ କାହାକେ!
ଖସରିଲା ଗୋଡକେ ଘିଚି
ଆନବାରଟା ସହଜ ଭାବୁଛ?
3.
ସତେକେଁ ବାଲ୍ମିକୀ ଥିଲା
ମଦୁଆ ଗଁଜୁଆ ଚୋର ଢେଁଟ!
ସତେକେଁ ଛେକୁଥିଲା ବାଟେ ଉବାଟେ
ବାବାଜି ବୈଷ୍ଣବ ସାଧୁ ସନ୍ନ୍ୟାସୀମାନକୁ!
ସତେକେଁ ନାଁ ଥିଲା ରତ୍ନାକର!
4.
ଝୁରି ପୁରଗା, ଚନା ପୁରଗା,
ଦେ ଝଁପେଇ ଜୀବନକେ
ହେଥି।ଜୀବନକେ ପୁରଗୁଛେ ସମିଆ,
ଆରୁ ସମିଆ ଅଛେ ଭାଏଲ କେନଠାନେ!
ଫେରଭି ଅଛେଁ ମୁଇଁ ଦେବାରକାଜେ
ବତେଇ ମରବ ନାଇଁ।
5.
ଟଁଢେଇ ଆଏଲା,
ଖୁଟଗାଡିକରି ବସଲା,
ଗୋଡ ଜୁଡେକେ ଟେକଲା,
ରକତ ଶୁଷଲା, ରାପିହେଲା,
ରିସ୍ତା ଭୁଲଲା, ଆରୁ
ଉକଲାଲା ଜେନଟା ଜେତକି ପାରଲା।
6.
ଆଏଜ ପୁନି କି କାଏଲ,
କିଏ ଜାନିଛ ଭାଏଲ
କହ ତ ଘାଏ!
ନେଇଁ କହେଲେ ଭି ଚଲବା,
ହେନ୍ତା ଘରୁ ବାହାରିକରି
ଜଁଗଲେ ଜଁଗଲେ
ଘୁରବାର ଲୋକ ଘୁରୁଥିବା।
ଚୁପରା ଖାଏବାର ଲୋକ,
ଗୁହୁମୁତନୁ ଖଉଥିବା।
ଇ ପୁରଥିର ସଭେ, ସବୁଠାନେ,
ଅଛନ୍, ଥିବେ, କହେବାରଟା
କେନ ଅଟକେଇ ପାରବା।
ସମିଆର ଢଁକନ୍ ଖୁଲୁଥିବା,
ସତ୍ ଟା ସତ୍, ମିଛଟା ମିଛ,
ବାରିହଉଥିବା, ଆରୁ ଆମର
ଇ ଶିରା ପ୍ରଶିରାଭିତରୁ
ବାହାରିକରି ସକାଲର
ସୁରଜଦେବତା ମୁଲମୁଲ ହସୁଥିବା।
7.
ଜଲୁଛେରେ ଜଲୁଛେ,
ଦଁ ଦଁ ଜୁଏ ଜଲୁଛେ,
ଇ ମୋର ଭିତରେ,
ଆରୁ ବି ଜଲୁଛେ
ହେ ଭଟା ଟିକରେ, ବାହାରେ।
ଜଲୁଛେ ଏତକି ଦଁ ଦଁ
କାଁ କାଜେ ଦିଶୁଛେ ନେଇଁ
କେହେନସିଠାନ୍ ଉଜାଲା।
ଜଲୁଛେ, ଆରୁ ଇ ଜଲବାରଥି
ବରଷି ଜଉଛେ ମେଘ୍।
ମେଘ୍ ରଜା ନେଇଁ ବୁଝୁଛେ,
ଘର୍ ମୋର କେନ୍ତା ଭଁଗା ଦଦରା।
ଫେରଭି ମୁଇଁ ଧଉଁଛେଁ ଦେଖି ଦେଖି
ପୁନି ଜନ୍ ର ଦାଁତ ଗିଜରା।
Bu şiiri puanla
Henüz puan verilmemiş