ଫୁଲ ଶଯ୍ୟା - କବିତା। Flower Bed- Poetry
G
0
Altın Yaprak
କବିତା କ୍ରମଶଃ,
କ୍ରମଶଃ କବିତା।
ଘନରୁ ଘନତର,
ପ୍ରକ୍ରିୟା ଗୁରୁତର।
ଆବଶ୍ୟକ ନାଇଁ
ଶୋଇବା,
ଅଛି ଅବଶ୍ୟ
ଚେତି ରହିବା
ଦିନରାତି, ଆଉ
ହଜେଇଦେବା ନିଜକୁ
ଅର୍ଥ ଅର୍ଥାନ୍ତରରେ।
ଆକାଶ ପଡେ ଖସି
କବିତାର ମୁହାଣରେ,
ଆଉ ଦିଏ ଯୋଡି
ହୃଦୟକୁ ହୃଦୟରେ।
ବେଶ୍ୟାକୁ ବି
ପାରେ କରି
ସତୀସାବିତ୍ରୀ,
କର୍କଶ କଣ୍ଟାକୁ
କରେ କୋମଳ
ଫୁଲ ଶଯ୍ୟା -
କବିତା।
ଯାଏ ଜିତି ପୃଥିବୀ,
ନୃଶଂସ ହତ୍ୟାକାରୀ
ପଡେ ମୁହଁମାଡି।
ଉଭା ହୁଏ କବିତା
ସବୁ ରଙ୍ଗ ଧରି।
ଜୀବନ ହୁଏ
ବର୍ଣମୟ,
ସମୟ ଯାଏ
ସିଧା ସଳଖ।
ଥାଏ ପାହାଡ,
ଥାଏ ପ୍ରେମ,
ଛପି ରହିଥାଏ କୋଉଠି
ବିଚ୍ଛେଦ ବିଶାଦ
ପ୍ରତେ ହେଉଥାଏ ଯଦିଓ
ନୀଳ ସାବ୍ଜା ଘାସ।
ଯା ଆସ ଚାଲିଥାଏ
ଅଭିନୟରେ ଅଭିନୟରେ
ଅଣନିଃଶ୍ୱାସୀ ଜନ୍ମଜାତକର
ମୋହରେ।
Bu şiiri puanla
Henüz puan verilmemiş