ତୁମକୁ ଭେଟିବା ପରେ -001 (Tumaku Bhetiba Pare -01 / Odia Poem)
S
0
Altın Yaprak
....1
ଯୁଗ ର ପ୍ରତୀକ୍ଷା ଏବେ
ଅନ୍ତ ହେଲା,
ଭେଟ ହେଲା ତୁମରି ସାଥିରେ!
ସେଇ ଆଖି, ସେଇ ମୁହଁ,
ସେଇ ଏକା
ନୀଳ ନୀଳ ଭିଜା ଚାହାଣୀ ରେ!
ଏ ସମୟ, ଏ ଜନ୍ମ ର
ଅୟୁତ ପ୍ରତୀକ୍ଷା -
ତୁମ ସହ ଏକାତ୍ମ ହେବାର,
ସବୁତକ ନୀଳ ତୃଷ୍ଣା
ତୁମ ସାଥେ
ସାଥୀ ହୋଇ ବାଟ ଚାଲିବାର! !
ଗୋଟିଏ ପଲକେ ତମେ
ମୋ ଭିତରେ
ବିସ୍ମୃତି ରୁ ଫେରାଇ ଆଣିଲ-
ତୁମ ରୂପ, ରଂଗ, ଗନ୍ଧ, ସ୍ପର୍ଶେ
ଭିଜୁଥିବା,
ହଜୁଥିବା ସେ ବିଗତ କାଳ! ! !
Bu şiiri puanla
Henüz puan verilmemiş