ତୁମକୁ ଭେଟିବା ପରେ -002 (Tumaku Bhetiba Pare -02 / Odia Poem)
S
0
Altın Yaprak
ଏବେ ଆଉ ମୋ ଭିତରେ
ଆଗ ପରି ନାହିଁ ଜ୍ବାଳା, ନୀଳ ଅବଶୋଷ
ସବୁ କିଛି ମିଠା ମିଠା
ସପନ ରେ ଆଗ ପରି ଭରିଗଲା
ତୁମ ସ୍ବର, ଯାଦୁକରୀ ମହକ, ପରଶ ।।
ମୋ ଭିତରେ ତମେ ଏବେ
ଭରିଗଲ କୋଣେ ଅନୁ କୋଣେ
ଜୀବନର ସାରା ରାସ୍ତା, ସୀମା ସରହଦ,
ଏବେ ଆଉ ହେଉନାହିଁ ଅବୁଝା ଅବୋଧ
ଜଳୁନାହିଁ ମନ ଏବେ, କାମନାରେ, ବାସନାରେ
ଝୁରୁନାହିଁ ନୀଳ ବେଦନାରେ, ହଜୁନାହିଁ ନିଦ ।।
Bu şiiri puanla
Henüz puan verilmemiş