ପାନ୍ଥଶାଳା-003 (Pantha Shala-03/Odia Poem)
S
0
Altın Yaprak
ତୁମରି ଛୁଆଁ ର କାଉଁରୀ ପରଶ
ଆଣୁଥିଲା ଜହ୍ନ ରାତି,
ମାଟି ରୁ ଆକାଶ, ମନ ରୁ ଅଗଣା
ଭରୁଥିଲା ମଧୁ ଗୀତି ।
ଜୋଛନା ମଦିରା ପ୍ରୀତି ପିଆଲା ରେ
ନୀଳ ଜହ୍ନ, ଢାଳୁଥିଲା-
ପ୍ରେମ ରଂଗ ଥିଲା ମନ ରେ ମନ ରେ
ଆଜି ରିକ୍ତ ପାନ୍ଥଶାଳା ।।
Bu şiiri puanla
Henüz puan verilmemiş