ତୁମକୁ ଭେଟିବା ପରେ -005 (Tumaku Bhetiba Pare -05 / Odia Poem)
S
0
Altın Yaprak
କେତେ ବାର
ଖୋଜିଛି ତୁମକୁ
ନୀଳ ନଭ,
ସବୁଜ ମାଟିରେ
କେତେ ବାର
ଲୋଡିଛି ତୁମକୁ
ମାଟିରୁ ଆକାଶ ବ୍ୟାପୀ
ନୀଳ ଜୋଛନାରେ,
ଅପରାହ୍ନ ଆକାଶର
ଅବିର ରଙ୍ଗରେ,
ଜହ୍ନ, ତାରା, ନକ୍ଷତ୍ର ଙ୍କ ଭିଡ ଆଉ
ସ୍ବପ୍ନ ସାଥେ, ନିଦ ସାଥେ
ଲୁଚକାଳି ଖେଳୁଥିବା
ତୁମ ସ୍ମୃତି ଅନଙ୍ଗ ଛୁଆଁରେ ।।
Bu şiiri puanla
Henüz puan verilmemiş