ତୁମକୁ ଭେଟିବା ପରେ -006 (Tumaku Bhetiba Pare -06/ Odia Poem)
S
0
Altın Yaprak
ସମୟ ତ
ସର୍ବଶ୍ରେଷ୍ଠ ଯାଦୁକର ଯିଏ
ପଲକ ର
ଯାଦୁ ଛଡି ଛୁଆଁ ଦେଇ
ବଦଳାଇ ଦେଲା ମୋର -
ଯୁଗ ଯୁଗ ଲୁହ ପିଇ
ବଞ୍ଚିଥିବା,
ଅୟୁତ ଏ ବେଦନାର
ନାଗ ଦଂଶନ ର
ବିଷ ପିଇ ପିଇ
ଯାହା ସବୁ
ତୁମ ବିରହ ରେ ଲେଖା
ଅନ୍ତର ସିଲଟ ପରେ,
ମୋ ଆତ୍ମା ର
ଲହୁ ର ଅକ୍ଷର ।।
Bu şiiri puanla
Henüz puan verilmemiş