ବିରହ ର ବର୍ଣମାଳା: 01- ମୋ ସ୍ମୃତି ରେ ତମେ
S
0
Altın Yaprak
ସ୍ମୃତି ର ସୀମା ରେ
ଏବେ ତୁମେ ବନ୍ଦୀ,
ବନ୍ଦୀ ତୁମ-
ଆକାର ଓ ଆକାଶ ର
ଚଉହଦ,
ସ୍ଥିତି ଆଉ ଶୂନ୍ୟତା ର
ଚାରିକୋଣ,
ଚଉଦିଗ,
ବ୍ୟାପ୍ତି ଅବା ବିସ୍ମୃତି ର
ଆରମ୍ଭ ଓ ଅନ୍ତିମ ର
ସୀମା ସରହଦ ।।
Bu şiiri puanla
Henüz puan verilmemiş