ସମୟ ର ସ୍ୱର - 01 (The Voices Of Time-01/ Odia Poem)
S
0
Altın Yaprak
ଯୋଜନ ଯୋଜନ ଧରି
ବିସ୍ଫାରିତ-
ଦେହ ସମୟ ର,
ସୀମାହୀନ, ଆଦିଗନ୍ତ ବ୍ୟାପ୍ତି-
ନି8ସଙ୍ଗତା, ଶୂନଶାନ,
ଅନ୍ତରଙ୍ଗ ସ୍ମୃତି ।।
କାଲି ର ଆକାଂକ୍ଷା ହଜେ
ଅସହାୟ ଜନନୀ ଜଠରେ,
ଫୁଟିବା ର ପୂର୍ବ ଲଗ୍ନେ,
ଅସତର୍କ ଶେଫାଳି ପାଖୁଡା-
ହସଟିଏ ଲୋଟିଯାଏ ତଳେ,
ଲିଭିଯାଏ ତରୁଣ ଓଠ ରେ
ମିଳନ ର ଅନ୍ତିମ ମୂହୁର୍ତ୍ତେ
ବିରହ ର ସ୍ୱର ଅସଜଡା ।।
Bu şiiri puanla
Henüz puan verilmemiş