ସମୟ ର ସ୍ୱର - 02 (The Voices Of Time-02/ Odia Poem)
S
0
Altın Yaprak
ଇଚ୍ଛା ସବୁ ଉକୁଟନ୍ତି
ବେଳା ଭୂଇଁ ଶାମୁକା ର
ଅୟୁତ ପ୍ରତୀକ୍ଷା ଆଉ
ଭଙ୍ଗୁର ସପନେ,
ନୀଳ ନୀଳ ଲୁହ ବିନ୍ଦୁ
ଦୂର ଅତୀତ ର,
ଝଲସନ୍ତି, ଚୁପ ଚାପ
ଦୂର ତାଳ ବଣେ ।।
କାମନା ର ବିଫଳ ଲହରୀ
ମଥା ପିଟେ ଯଉବନ-
ଶୀଥିଳ ବୁକୁ ରେ ।।
ହସୁଥାଏ କିରି କିରି,
ବିଧବା ର ଲଲାଟ ରେ
ମଲା ଜହ୍ନ,
ସମୟ ର -
ନଈ ସେପାରି ରେ ।।
Bu şiiri puanla
Henüz puan verilmemiş